କ୍ୱାରେଣ୍ଟାଇନକୁ ବିରୋଧ, ୧୯ ଜଣଙ୍କୁ ବେଙ୍ଗଳୁରୁରୁ ପୁଣି ପଠାଗଲା ଦିଲ୍ଲୀ

ବେଙ୍ଗଳୁରୁ: କରୋନା ମହାମାରୀ ସଂକ୍ରମଣ ଦେଶରେ ବଢ଼ିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ସ୍ୱତନ୍ତ୍ର ଟ୍ରେନ୍ ଓ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଯୋଗେ ରାଜ୍ୟକୁ ଫେରୁଛନ୍ତି । ସେମାନଙ୍କ ସ୍କ୍ରିନିଂ ପରେ କ୍ୱାରେଣ୍ଟାଇନରେ ରଖାଯାଉଛି । ଗୁରୁବାର ଦିଲ୍ଲୀରୁ ସ୍ୱତନ୍ତ୍ର ଟ୍ରେନରେ ପ୍ରାୟ ୫୪୩ ଜଣ ବେଙ୍ଗଳୁରୁ ପହଞ୍ଚିଥିଲେ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଗୋଷ୍ଠୀ ସଂଘରୋଧ କେନ୍ଦ୍ରକୁ ପଠାଯାଇଥିଲା ।

ଗୋଷ୍ଠୀ ସଂଘରୋଧକୁ କେତେକ ବିରୋଧ କରିଥିଲେ । ବିରୋଧ କରିଥିବା ୧୪୦ ଯାତ୍ରୀଙ୍କ ସହ ପ୍ରଶାସନ, ରେଲୱେ ପ୍ରମୁଖ ଆଲୋଚନା କରିଥିଲେ । ପରେ ଅଧିକାଂଶ ଗୋଷ୍ଠୀ ସଂଘରୋଧରେ ରହିବାକୁ ରାଜି ହୋଇଥିଲେ । ଅସହମତି ପ୍ରକାଶ କରୁଥିବା ୧୯ ଜଣଙ୍କୁ ପୁଣି ଥରେ ଦିଲ୍ଲୀ ଫେରାଇ ଦିଆଯାଇଛି ।

Leave a Reply