ରାଜଧାନୀରେ ପୁଣି ୧୮୭ କରୋନା ସଂକ୍ରମଣ ଚିହ୍ନଟ, ସେପଟେ ଆଜି ସୁସ୍ଥ ହେଲେ ୧୦୭

ଭୁବନେଶ୍ୱର: କରୋନା କାୟାରେ ପୁରା ରାଜ୍ୟ । ଯାହାଫଳରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବୁଧବାର ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି । ୩୦ ଜିଲ୍ଲାରୁ ୧୮୭୬ ଜଣ କରୋନା ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଖୋର୍ଦ୍ଧାରୁ ୨୯୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୮୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୧୦୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମଣ ଚିହ୍ନଟ ପରେ ରାଜଧାନୀରେ ମୋଟ ସଂକ୍ରମଣ ସଂଖ୍ୟା ହେଉଛି ୪୩୫୮ । ସେଥିମଧ୍ୟରୁ ୧୪୧୫ ଜଣ ଏବେ ସକ୍ରିୟ ରହିଥିବା ବେଳେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ।

 

ଦେଖନ୍ତୁ କେଉଁ ଅଞ୍ଚଳରୁ ଲୋକାକ ସଂକ୍ରମଣ କେତେ

ସବୁଠାରୁ ବଡ଼ କଥା ହେଉଛି ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଲୋକାଲ ସଂକ୍ରମଣ । କାରଣ ଭୁବନେଶ୍ୱର ହେଉଛି ମେଗା ସିଟି । ଏଠାରକୁ ବାହାରୁ ଅଧିକ ଲୋକ ଆସୁଛନ୍ତି ବାେଲି ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ।

ଯାଣନ୍ତୁ କେଉଁଠୁ କେତେ ସୁସ୍ଥ

ସେପଟେ କରୋନା ସଂକ୍ରମଣ ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନା ସୁସ୍ଥତା ହାର । ଦିନକୁ ଦିନ ସୁସ୍ଥତା ହାର ମଧ୍ୟ ବଢ଼ିବାରେ ଲାଗିଛି । ଆଜି ରାଜଧାନୀରୁ ୧୦୭ ଜଣେ କରୋନା ରୋଗୀ ସୁସ୍ତ ହୋଇଛନ୍ତି । ଯାହାଫଳରେ ୨୯ଶହ ୧୪ ରେ ପହଞ୍ଚିଛି କରୋନା ମୋଟ ସୁସ୍ଥଙ୍କ ସଂଖ୍ୟା ।

Leave a Reply