ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ଆଖି, ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ

1 min read

ବ୍ରହ୍ମପୁର: ହାଇୱେରେ ଇଣ୍ଟରସେପ୍ଟର । ଆପଣଙ୍କ ଗାଡ଼ି ଉପରେ ରଖିଛି ନଜର । କେତେ ସ୍ପିଡରେ ଯାଉଛନ୍ତି । ସିଟ୍ ବେଲ୍ଟ ବାନ୍ଧିଛନ୍ତି ତ ? ରଫ୍ ଓ ସ୍ପିଡ୍ ଡ୍ରାଇଭିଂ ସହ ମୋବାଇଲରେ ଗପି ଗାଡ଼ି ଚାଳନା । ଜାତୀୟ ରାଜପଥ ୧୬ରେ ଏସବୁ ଉପରେ ନଜର ରଖିଛି ପରିବହନ ବିଭାଗର ଇଣ୍ଟରସେପ୍ଟର । ଆଜିଠୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ୍ ପୁଣି ଥରେ ଲାଗୁପରେ କେବଳ ଗଞ୍ଜାମ ଜିଲ୍ଲାରେ ଇଣ୍ଟରସେପ୍ଟର ମାଧ୍ୟମରେ ଆଜି ୧୮୩ ଜଣଙ୍କ ଚାଲାଣ କଟାଯାଇଛି ।

କିଏ ସ୍ପିଡ୍ ଡ୍ରାଇଭିଂ କରି ଇଣ୍ଟରସେପ୍ଟର ମାଧ୍ୟମରେ ସ୍କାନରକୁ ଆସିଛି ତ ଆଉ କିଏ ମୋବାଇଲରେ ଗପି ଗାଡ଼ି ଚଳାଇବା ବେଳେ ଧରାପଡ଼ିଛି । ତିନିଜଣିଆ ବାଇକ୍ ଡ୍ରାଇଭିଂ, ରଙ୍ଗ ରୁଟରେ ଗାଡ଼ି ଚାଳନା, ବିନା ହେଲମେଟ ଓ ସିଟ୍ ବେଲ୍ଟ ନବାନ୍ଧି ଗାଡ଼ି ଚଲାଉଥିବା ଚାଳକଙ୍କ ଚାଲାଣ କଟାଯାଇଛି ।ଗାଡ଼ି ନମ୍ବର OD 02 AS 1656 । ସମୟ ଦିନ ୧୨ଟା ୨୯ । ଖଲ୍ଲିକୋଟ ନିକଟରେ ବ୍ୟକ୍ତିଜଣଙ୍କ ମୋବାଇଲରେ ଗପି ବାଇକ୍ ଚଲାଇବା ବେଳେ ଧରାପଡ଼ିଛନ୍ତି । ଇଣ୍ଟରସେପ୍ଟର ମାଧ୍ୟମରେ ଧରାପଡ଼ିବା ପରେ ଗାଡ଼ି ମାଲିକ ଗଣେଶ ମହାରଣାଙ୍କ ନାଁରେ ୫୦୦୦ ଟଙ୍କାର ଇ-ଚାଲାଣ କାଟିଛି ଗଞ୍ଜାମ ଆରଟିଓ ।ସେହିଭଳି ତ୍ରିପଲ ଡ୍ରାଇଭିଂ କରି ଫସିଛି OD 07 D 1657 ନମ୍ବର ବିଶିଷ୍ଟ ବାଇକ୍ । ଗାଡ଼ି ମାଲିକଙ୍କ ନାଁରେ ଚାଲାଣ କଟାଯାଇଛି । ରଙ୍ଗ ରୁଟରେ ଡ୍ରାଇଭିଂ ପାଇଁ OR 07L 5969 ଗାଡ଼ି ମାଲିକଙ୍କ ନାଁରେ ଚାଲାଣ କାଟିଛି ଗଞ୍ଜାମ ଆରଟିଓ । OD 33 D 5602 ନମ୍ବର ବିଶିଷ୍ଟ କାରଟି ବାରମ୍ବାର ଟ୍ରାକ୍ ଚେଞ୍ଜ ପାଇଁ ଚାଲାଣ କଟାଯାଇଛି । ଆଜି ଗୋଟିଏ ଦିନରେ ଏହିଭଳି ଜାତୀୟ ରାଜପଥ ୧୬ରେ ୧୮୩ ଜଣଙ୍କ ନାଁରେ ଗଞ୍ଜାମ ଆରଟିଓ ଚାଲାଣ କାଟିଛି ।

https://nandighoshatv.comfather-pays-6000-fine-for-his-minor-son-violating-traffic-rules/

Leave a Reply