ଗ୍ରାଣ୍ଡ ହୟାତରେ କଂଗ୍ରେସ, ଏନସିପି ଓ ଶିବସେନା ବିଧାୟକଙ୍କ ପରେଡ୍, ନେଲେ ଶପଥ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ମହାନାଟକ । ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟ ରାୟ ଦେବା ପୂର୍ବରୁ ଆଜି ସନ୍ଧ୍ୟାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ୩ ଦଳ । କଂଗ୍ରେସ, ଏନସିପି ଓ ଶିବସେନାର ୧୬୨ ବିଧାୟକ ଗ୍ରାଣ୍ଡ ହୟାତରେ ଗଣମାଧ୍ୟମ ଆଗରେ ପରେଡ କରିଛନ୍ତି । ସମସ୍ତ ବିଧାୟକ ଏକାଠି ଥିବା ନେଇ ଶପଥ ନେଇଛନ୍ତି ।

କଣ ଶପଥ ନେଲେ ବିଧାୟକ ?

ଆମେ ସମସ୍ତ ବିଧାୟକ ଶରଦ ପାୱାର, ଉଦ୍ଧବ ଠାକରେ ଓ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ । ମୁଁ ଦଳ ପ୍ରତି ବିଶ୍ୱାସଘାତକତା କରିବି ନାହିଁ କି କାହାରି ଦ୍ୱାରା ପ୍ରଭାବିତ ହେବିନାହିଁ । ମୁଁ ଏମିତି କିଛି କରିବି ନାହିଁ ଯାହାଦ୍ୱାରା ବିଜେପିକୁ ଲାଭି ମିଳିବ ବୋଲି ୩ ଦଳର ବିଧାୟକ ଶପଥ ନେଇଛନ୍ତି ।

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ପାଖରେ ଆବଶ୍ୟକ ବହୁମତ ୧୪୫ ବିଧାୟକ ନାହାଁନ୍ତି । ଏହାକୁ ପ୍ରମାଣ କରିବାକୁ ଯାଇ ଗ୍ରାଣ୍ଡ ହୟାତରେ କଂଗ୍ରେସ, ଏନସିପି ଓ ଶିବସେନାର ବିଧାୟକ ପରେଡ୍ କରିଛନ୍ତି । ଏଥିସହ ସୁପ୍ରିମକୋର୍ଟ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ଆମେ ପ୍ରସ୍ତୁତ ଥିବା କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଆଜି ଡାକିଥିବା ଏକ ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଉପସ୍ଥିତ ନଥିଲେ । ତାଙ୍କ ପାଇଁ ଉଦ୍ଧିଷ୍ଟ ଚୌକି ଖାଲି ପଡ଼ିଥିଲା । ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Leave a Reply