ପ୍ରଥମ କରୋନା ଟିକା ନେଇଥିଲେ ଏହି ମହିଳା,୧୬ ସପ୍ତାହ ପରେ କ’ଣ କହିଲେ ?

1 min read
16 weeks after vaccination what is the condition of woman.

ଆମେରିକା: କରୋନା ସଂକ୍ରମଣକୁ କାବୁ କରିବା ପାଇଁ ସବୁ ଦେଶ ନିଜ ନିଜ ସ୍ତରରେ ପ୍ରୟାସ କରୁଛନ୍ତି ଭ୍ୟାକ୍ସିନ୍ ପାଇଁ । ଯଦିଓ ଏକ ବ୍ୟବସ୍ଥିତ ଢଙ୍ଗରେ ଭ୍ୟାକ୍ସିନ୍ ପ୍ରସ୍ତୁତ କରି ହ୍ୟୁମାନ ଟ୍ରାଏଲ କରିବା ପାଇଁ ଯଥେଷ୍ଟ ସମୟ ଦରକାର, ଏବେ କିନ୍ତୁ ସବୁ ଦେଶ ତରବରିଆ ପ୍ରୟାସ କରିବାକୁ ବାଧ୍ୟ । ତେବେ ଆମେରିକା ସର୍ବପ୍ରଥମେ ଭ୍ୟାକ୍ସିନକୁ ଏକ ୪୩ ବର୍ଷୀୟ ମହିଳାଙ୍କ ଉପରେ ପ୍ରୟୋଗ କରିଥିଲା । ତାଙ୍କ ନାମ ଜେନିଫର୍ ହାଁଲର ।

Vaccine

ତେବେ ତାଙ୍କ ଉପରେ ଏହି ଭ୍ୟାକ୍ସିନ୍ ପ୍ରୟୋଗ ହେବାକୁ ୧୬ ସପ୍ତାହ ହୋଇଗଲାଣି । ୧୬ ସପ୍ତାହ  ପୂରିବା ପରେ ଜେନିଫର୍ ନିଜ ସ୍ୱାସ୍ଥ୍ୟ ସମ୍ୱନ୍ଧୀତ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଭ୍ୟାକ୍ସିନର କୌଣସି କୁପ୍ରଭାବ ତାଙ୍କ ଶରୀର ଉପରେ ପଡିନାହିଁ । ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି ଓ ଅପେକ୍ଷାକୃତ ଭାବେ ଭଲ ଅନୁଭବ କରୁଛନ୍ତି । ତାଙ୍କୁ ଏମଆରଏନଏ-୧୨୭୩ ଭ୍ୟାକ୍ସିନ ଦିଆଯାଇଥିଲା । ଭ୍ୟାକ୍ସିନର ପ୍ରଥମ ପ୍ରର୍ଯ୍ୟାୟ ପରୀକ୍ଷଣ ବେଳେ ତାଙ୍କ ଉପରେ ଏହି ଭ୍ୟାକ୍ସିନର ପରୀକ୍ଷଣ କରାଯାଇଥିଲା ।

Corona Vaccine

ତେବେ ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା କମ୍ପାନୀ ଦାବି କରିଛି ଯେ କରୋନା ସଂକ୍ରମଣକୁ ରୋକିବା କିମ୍ୱା ଭଲ କରିବା ଦିଗରେ ଏହା ଶତ ପ୍ରତିଶତ କାର୍ଯ୍ୟକ୍ଷମ ହେବ । ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ୍ ଓ ମୋଡର୍ନା କମ୍ପାନୀର ମିଳିତ ଉଦ୍ୟମରେ ଏହି ଭ୍ୟାକ୍ସିନକୁ ବିକଶିତ କରାଯାଉଛି । ତେବେ ୩ୟ ପର୍ଯ୍ୟାୟ ଟେଷ୍ଟିଂ ଏହି ଜୁଲାଇ ମାସରେ କରାଯିବ । ଭ୍ୟାକ୍ସିନ କରୋନା ସଂକ୍ରମଣ ରୋକିବା ଦିଗରେ ସହାୟକ ହେବ କି ନାହିଁ ତାହା ୩ ପର୍ଯ୍ୟାୟ ପରେ ହିଁ ଜଣାପଡିବ ବୋଲି ଆମେରିକାର ଏହି ସଂସ୍ଥା ମୋଡର୍ନା ପକ୍ଷରୁ କୁହାଯାଇଛି । ତେବେ ମୋଡର୍ନା ଏହା ମଧ୍ୟ କହିଛି ଯେ ଏଯାବତ୍ ଭ୍ୟାକ୍ସିନକୁ ନେଇ ଆମେରିକା ସରକାର ଓ  ମୋଡର୍ନା ଯଥେଷ୍ଟ ଆଶାବାଦୀ ଅଛୁ । ଭ୍ୟାକ୍ସିନ୍ କରୋନା ସଂକ୍ରମଣ ରୋକିବା ଦିଗରେ ସଂଜିବନୀ ହୋଇ ବାହାରିବ  ।

Leave a Reply