ସୀମାନ୍ତରେ ଭୁଶୁଡୁଛି ଲାଲ ଦୁର୍ଗ, ଛତିଶଗଡ଼ ଦାନ୍ତେୱାଡା ପୋଲିସକୁ ସଫଳତା

ଛତିଶଗଡ ପୋଲିସକୁ ବଡ ସଫଳତା । ପୋଲିସ୍ ନିକଟରେ ଆତ୍ମସମର୍ପଣ କଲେ ୧୬ ନକ୍ସଲ । ଆତ୍ମସମର୍ପଣ କରିଥିବା ନସ୍କଲଙ୍କ ମଧ୍ୟରେ ୩ ଜଣ କମାଣ୍ଡର ଥିବାବେଳେ ୪ ଜଣ ମହିଳା ଥିବା ଦାନ୍ତେଓ୍ବାଡା ଏସପି ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଥିଲା । ସେମାନେ ସମସ୍ତ ପଶ୍ଚିମ ବସ୍ତର ଜିଲ୍ଲାର ବାସିନ୍ଦା ବୋଲି ସୂଚନା ଦେଇଛନ୍ତି ଏସପି ଅଭିଷେକ ପଲ୍ଲବ ।

ସେମାନଙ୍କ ବିରୋଧରେ ୫ରୁ ଅଧିକ କେସ୍ ବିଭିନ୍ନ ଥାନାରେ ରହିଛି । ସେମାନଙ୍କ ବିରୋଧରେ ରେଲଓ୍ୱେ ଟ୍ରାକକୁ ଉଡାଇବା, ପଞ୍ଚାୟତ ପ୍ରତିନିଧିଙ୍କୁ ହତ୍ୟା ଭଳି ସଙ୍ଗୀନ ମାମଲା ରହିଛି  । ୩ କମାଣ୍ଡର ସ୍ତରୀୟ ନସ୍କଲଙ୍କ ମଧ୍ୟରେ ଅଛନ୍ତି ୨୬ ବର୍ଷୀୟ ରାଜେଶ ଭାଷ୍କର, ୩୦ ବର୍ଷୀୟ ସହଦେବ ଓରଫ ସାଦେ, ଭୀମା ତେଲାମ । ଅନ୍ୟ ୧୩ ଜଣ ନସ୍କଲଙ୍କ ମଧ୍ୟରେ ୪ ଜଣ ମହିଳା ନକ୍ସଲ ଅଛନ୍ତି । ଯଦି ଆମେ ଦେଖିବା ତେବେ ଚଳିତ ବର୍ଷ ବହୁ ପରିମାଣରେ ନସ୍କଲ ଆତ୍ମ ସମର୍ପଣ କରିଛନ୍ତି ।

Leave a Reply