ପ୍ରବାସୀଙ୍କୁ ନେଇ ଆଶ୍ୱସ୍ତିକର ଖରବ: କ୍ୱାରେଣ୍ଟାଇନ୍‌ ସେଣ୍ଟରୁ ଘରକୁ ଫେରିଲେ ୧୫୬ ଜଣ ନେଗେଟିଭ୍‌ ଚିହ୍ନଟ ଅନ୍ତେବାସୀ

1 min read

ଆସିକା: ଲକ୍‌ଡାଉନ୍‌ ମଧ୍ୟରେ ସୁରତ୍‌ରୁ ଆସି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଲକ୍‌ ହୋଇଥିଲେ ପ୍ରବାସୀ ଓଡ଼ିଆ । ସରକାରଙ୍କ ନିୟମ ମାନି ୨୧ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଆଉ ଆଜି ସେମାନଙ୍କ କ୍ୱାରେଣ୍ଟାଇନ ଅବଧି ପୂରା ହେବା ସହ ସେମାନଙ୍କ କୋଭିଡ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି । ଏହା ପରେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି ।

ଏହାପରେ ଘରକୁ ଫେରିଛନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ପିତଳ ଗ୍ରାମପଞ୍ଚାୟତର ପିତଳ ହାଇସ୍କୁଲ  କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୫୬ ଜଣ ପ୍ରବାସୀ । ବାରମ୍ୱାର ପ୍ରାବସୀ ଓଡ଼ିଆ କରୋନା ସଂକ୍ରମିତ ହେଉଥିବା ବେଳେ ଏହି ପ୍ରବାସୀମାନେ ସଂକ୍ରମିତ ହୋଇନାହାନ୍ତି ଏବଂ ଘରକୁ ଫେରିଛନ୍ତି । ଏଭଳି ଖରବ ରାଜ୍ୟବାସୀଙ୍କ ପାଇଁ ବେଶ୍‌ ଆଶ୍ୱସ୍ତିକର ।

ତେବେ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଯିବା ପରେ ୭ ଦିନିଆ ହୋମ୍ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବେ । ତେବେ ସରକାରଙ୍କ ନିୟମ ମାନି କ୍ୱାରେଣ୍ଟାଇନ୍‌ରେ ରହିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛି ଜିଲ୍ଲା ପ୍ରଶାସନ ।  ଫୁଲ ତୋଡ଼ା ଦେଇ  ପ୍ରଶାସନ ଓ  ପଞ୍ଚାୟତ ପକ୍ଷରୁ ଅନ୍ତେବାସୀଙ୍କୁ ବିଦାୟ ଦିଆଯାଇଛି ।

ସରକାରୀ କ୍ୱାରେଣ୍ଟାଇନ୍ ସମୟରେ ସେମାନଙ୍କ ଖାଇବା ଓ ପିଇବା  ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯାଇଥିବା କହିଛନ୍ତି ପ୍ରବାସୀ ଓଡ଼ିଆ l ୨୧ ଦିନ କ୍ୱାରେଣ୍ଟାଇନ୍‌ ସେଣ୍ଟର ସେମାନଙ୍କ କୌଣସି ସମସ୍ୟା ହୋଇନି ବୋଲି ପତିକ୍ରିୟାରେ ପ୍ରକାଶ କରିଛନ୍ତି l ଓଡ଼ିଆ ପ୍ରବାସୀଙ୍କ ବିଦାୟ ବେଳେ ଗଞ୍ଜାମ ଜିଲ୍ଲାପାଳ,  ବିଡ଼ିଓ, ଓ ପଞ୍ଚାୟତ ପତିନିଧି ଉପସ୍ଥିତ ରହିଥିଲେ । କ୍ୱାରେଣ୍ଟାଇନ୍ ସେଣ୍ଟରୁ ଯିବା ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ କିଭଳି ରହିବ ଏବଂ କ’ଣ ସବୁ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବେ ସେ ନେଇ ଅବଗତ କରାଇଛନ୍ତି ।

Leave a Reply