ଗୋଦାମରେ ଲାଗିଗଲା ନିଆଁ, ୧୫୦ ବସ୍ତା ପିଡିଏସ୍‌ ଚାଉଳ ଜଳି ହୋଗଲା ପାଉଁଶ

ବ୍ରହ୍ମଗିରି: ଗୋଦାମରେ ଜଳିଗଲା ୧୫୦ ବସ୍ତା ପିଡିଏସ୍‌ ଚାଉଳ । ସମସ୍ତ ୧୫୦ ବସ୍ତା ଚାଉଳ ପୋଡ଼ି ପାଉଁଶ ହୋଇଯାଇଛି । ଆଉ ଯେଉଁ ଚାଉଳ ସବୁ ବଞ୍ଚିଥିଲା ସେସବୁ ପାଣି ମାଡ଼ରେ ନଷ୍ଟ ହୋଇଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ତାରୀଣି ଛକ ନିକଟରେ । ଭାରତ ରାଉତରାୟଙ୍କ ଗୋଦାମରେ ଲାଗିଥିଲା ନିଆଁ । ୧୦ଟି ଗାଁକୁ ଏହି ଚାଉଳ ସପ୍ଲାଏ ହାଇଥାନ୍ତା । ନିଆଁ ଲାଗିବା ଖବର ପାଇବାପରେ ବ୍ରହ୍ମଗିରି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ କେଉଁ କାରଣରୁ ଏଭଳି ଅଗ୍ନିକାଣ ଘଟିଲା ତାହା ଏବେ ଜଣା ପଡ଼ିନାହିଁ ।

ସୂଚନା ଅନୁଯାୟୀ, ବ୍ରହ୍ମଗିରି ବ୍ଲକର ତାରୀଣି ଛକ ନିକଟରେ ସୋମବାର ଦିନ ପିଡିଏସ୍‌ ଚାଉଳ ଗେଦାମରେ ନିଆଁ ଲାଗିଯାଇଥିଲା । ଏହି ଗୋଦାମ ହେଉଛି ତାରୀଣି ଛକ ନିକଟର ଭାରତ ରାଉତରାୟଙ୍କର । ୧୦ ଟି ଗାଁକୁ କରୋନା ସମୟରେ ଏହି ଚାଉଳ ଦିଆଯିବା ପାଇଁ ଗୋଦାମ ଘରେ ରଖାଯାଇଥିଲା ।

କିନ୍ତୁ କୌଣସି କାରଣରୁ ଏହି ଗୋଦାମରେ ନିଆଁ ଲାଗିଯାଇଥିଲା । ଗୋଦାମରେ ଥିବା ୧୫୦ ବସ୍ତା ଚାଉଳ ପୋଡ଼ି ପାଉଁଶ ହୋଇଯାଇଥିଲା । ଏହା ସହ ୮ ବଖରା ଘର ମଧ୍ୟ ପୋଡ଼ିଯାଇଛି । ଖବର ପାଇବା ପରେ ଘଟଣା ସ୍ଥଳରେ ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡା ଏବଂ ଅତିରିକ୍ତ ତହସିଲଦାର ହେମନ୍ତ କୁମାର ଭାରିମଲ ତଦନ୍ତ ଆରମ୍ଭ କରିଛନ୍ତି । ଏବେ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave a Reply