ଅପରେସନ୍‌ ‘ଦାଦାବଟିକୁ ନା’, ୨ ଦିନରେ ୧୪ ବନ୍ଧା ହେଲେଣି…

Raja Acharya

ଭୁବନେଶ୍ୱର: ଜୋରଦାର ହେଲା ଅପରେସନ ‘ଦାଦାବଟିକୁ ନା’ । ଟ୍ୱିନ୍‌ସିଟିରେ ଦାଦାଙ୍କ ଦମ୍ଭ ଭାଙ୍ଗୁଛି କମିଶନ୍‌ରେଟ୍‌ ପୋଲିସ । ଘୋଷଣାର ୨ ଦିନରେ ଦୈତନଗରୀରୁ ୧୪ ଜଣ ବନ୍ଧା ହେଲେଣି । ଦାଦାବଟି ମାଗୁଥିବା ଗ୍ୟଙ୍ଗ୍‌ଷ୍ଟର୍‌, ବସ୍‌ ମାଲିକ, ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପଛରେ ପଡିଛି ପୋଲିସ । ଏଥିପାଇଁ ଅତିରିକ୍ତ ପୋଲିସ କମିଶନରଙ୍କ ନେତୃତ୍ୱରେ ଗଠିତ ଆଣ୍ଟି ଏକ୍ସଷ୍ଟର୍ସନ ଟାସ୍କ ଫୋର୍ସ ଜୋର୍‌ଦାର ଲାଗିପଡ଼ିଛି ।

ଆକ୍ସନ ମୋଡ୍‌ରେ ଆଣ୍ଟି ଏକ୍ସଷ୍ଟର୍ସନ ଟାସ୍କ ଫୋର୍ସ । ବଟି ଆଦାୟ ଅଭିଯୋଗରେ ଆଣ୍ଟି ଏକ୍ସଷ୍ଟର୍ସନ ଟାସ୍କ ଫୋର୍ସ ପକ୍ଷରୁ ପ୍ରଥମେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଓ ତାର ୩ ସହଯୋଗୀ । ପରେ ବରମୁଣ୍ଡାରେ ବସ୍‌ ମାଲିକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବସ୍‌ ମାଲିକ ଭରତ ପ୍ରଧାନ ଆଣ୍ଡ କୋ ଗିରଫ ହୋଇଛନ୍ତି । ଏଥିରେ ୪ ଜଣଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ । ଖାଲି ସେତିକି ନୁହେଁ ଗୋଟିଏ ସ୍କର୍ପିଓ ସହ ୧ ଲକ୍ଷ ୪ ହଜାର ଟଙ୍କା ଜବତ କରିଛି ପୋଲିସ ।

Keonjhar Police Integrated Senior Otv Correspondence In Vulgar Viral Case

ଏହା ପରେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଦୁଇ ଦାଦା ଅଖାଡୁ ଓରଫ ଗଣେଶ ସାମନ୍ତରାୟ ଏବଂ ସିଲୁ ଭୋଇକୁ ଏୟାର ଫିଲ୍‌ଡ ଥାନା ପୋଲିସ ଗିରଫ କରିଥିବା ବେଳେ ବଟି ଆଦାୟ ଅଭିଯୋଗରେ ରାଜା ଓରଫ ଶୁଭ୍ରାଂଶୁ ଭଞ୍ଜକୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି । ସେହିଭଳି କଟକ ମଙ୍ଗଳାବାଗ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି ।

କମିଶନରେଟ ପୋଲିସର ‘ଦାଦାବଟିକୁ ନା’ କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ସ୍ୱାଗତ କରିଛନ୍ତି । ରାଜଧାନୀ ବାସିନ୍ଦାଙ୍କୁ ଚାନ୍ଦା ନାଁରେ ବଟି ମଗାଯାଉନି । ଯିଏ ସ୍ୱଇଚ୍ଛାରେ ଚାନ୍ଦା ଦେବେ ଆମେ ଗ୍ରହଣ କରୁଛୁ । କରୋନା ପାଇଁ ପୂଜା ଜାକଜମକରେ ହେଉନାହିଁ । ପାର୍ବଣ ଋତୁ ଆସିଲେ ପୂଜା କମିଟି ଚାନ୍ଦା ମାଗିବା ନେଇ ଥାନାରେ ଅଭିଯୋଗ ହୋଇଥାଏ । ଏଥର କାହାକୁ ପୂଜା କମିଟି ଚାନ୍ଦା ନମାଗିବାକୁ ଶାନ୍ତି କମିଟି କହିଛି ।

ଆସନ୍ତାକାଲି ‘ଦାଦାବଟିକୁ ନା’ର ସ୍ୱତନ୍ତ୍ର ହେଲ୍‌ପ ଲାଇନ ନମ୍ବର ଜାରି କରାଯିବ । ଯେଉଁମାନେ ପୋଲିସକୁ ସହଯୋଗ କରିବେ ତାଙ୍କ ନାଁ ଗୋପନ ରଖି ପୁରସ୍କୃତ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

Leave a Reply