୫ ଜିଲ୍ଲା ଓ ୫ ବ୍ଲକରୁ ଆସିଲେ ସଂଗରୋଧରେ ରହିବେ ଫେରନ୍ତା… ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି

14-Day Mandatory Govt Quarantine For Those people coming from corona hotspot dist

କଟକ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ହଜାର ଟପିସାରିଛି । ତେବେ କୋରନା ଭୂତାଣୁ ଆକ୍ରାନ୍ତ ସଂଖ୍ୟା ବଢୁଥିବା ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଓଡିଶାରେ ସର୍ବାଧିକ କୌଭିଡ୍ ମାମଲା ଗଞ୍ଜାମ୍ ରୁ ଆସୁଛି । ସେହିଭଳି କଟକରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢୁଛି । ଏନେଇ ନିକଟରେ ସିଏମ୍‌ସି ତଫରୁ ବଡ଼ ଘୋଷଣା କରାଯାଇଥିଲା ।

କଟକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ସଟଡାଉନ୍ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଜୁଲାଇ ୮ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କଟକ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସହରରେ ଆଉ ସବୁକିଛି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଥିଲା । ଏବେ କଟକରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ହଟସ୍ପଟ୍ ଜିଲ୍ଲାରୁ କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ।

ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ୱରରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ସେହିପରି କଟକର ୫ଟି ବ୍ଲକରୁ ଆସିଲେ ମଧ୍ୟ କ୍ୱାରେଣ୍ଟାଇନ୍ ରେ ରହିବେ । ଏନେଇ ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିଶ୍ଚିତକୋଇଲି, ନରସିଂହପୁର, ମାହାଙ୍ଗା, ବଡମ୍ବା ଓ ତିଗିରିଆ ବ୍ଲକରୁ ଆସିଲେ ମଧ୍ୟ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡିବ ।

ହୋମ୍ କ୍ୱାରେଣ୍ଟାଇନ୍ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟାଇନ୍ ରେ ରହିପାରିବେ । ଦୈନିକ ଅନ୍ୟ ଜିଲ୍ଲାରୁ ଫେରୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଯିବ । ସିଏମସି ଓ୍ବାର୍ଡ ଅଫିସର ପ୍ରତି ୱାର୍ଡରୁ ତଥ୍ୟ ସଂଗ୍ରହ କରି ସେକ୍ଟର ଅଫିସରଙ୍କୁ ଜଣାଇବେ । ଏହାପରେ ଫେରନ୍ତାଙ୍କୁ ରାପିଡ୍ ରେସପନ୍‌ସ ଟିମ ଦ୍ୱାରା କ୍ୱାରେଣ୍ଟାଇନ୍ ନ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ । ନିୟମକୁ ତତ୍କାଳ ଲାଗୁ କରିବା ପାଇଁ ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave a Reply