୪୦ ଉପରେ ୧୪ ସହର, ଅନୁଗୁଳ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ୟରେ ଖରାର ପ୍ରକୋପ ଜାରି ରହିଛି । ଆଜି ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ୪୩, ବୌଦ୍ଧ ୪୨.୮, ସମ୍ବଲପୁର ୪୨.୬ ଡିଗ୍ରୀ ରହିଛି । ହୀରାକୁଦ, ବଲାଙ୍ଗିର ଓ ତାଳଚେରରେ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଛି ।

ଖରା ପାଇଁ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନାପୁର, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶିଶୁ, ବୟସ୍କଙ୍କ ସହ କ୍ରୋନିକ ଡିଜିଜ୍ ଲୋକଙ୍କ ଉପରେ ଏହା ପ୍ରଭାବ ପକାଇବ । ଅନ୍ୟପଟେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଦେବଗଡ଼, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ।

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଷ୍ଟିପ୍ ପ୍ରେସର ଗ୍ରାଡିଏଣ୍ଟ ଷ୍ଟଙ୍ଗ ସରଫେସ୍ ଯୋଗୁଁ ପବନ ୪୦ରୁ ୫୦ କିମି ଘଣ୍ଟାପ୍ରତି ବେଗରେ ବଗିବ । ତେଣୁ, ମତ୍ସ୍ୟଜୀବୀ ମାନେ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ନଯିବାକୁ କୁହାଯାଇଛି ।

Leave a Reply