ରାଜ୍ୟରେ ଦିନକରେ ୧୩ ଜଣଙ୍କର ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂଖ୍ୟା ସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି କରୋନା କହରରେ ଆହୁରି ୧୩ ଜଣଙ୍କର ଜୀବନ ଯାଇଛି । ୧୩ ଜଣଙ୍କର ମୃତ୍ୟୁ ସହ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚିଛି । କହିବାକୁ ଗଲେ ଦିନକରେ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ୧୩ ଜଣଙ୍କର ମଧ୍ୟରୁ ସର୍ବାଧିକ ଗଞ୍ଜାମରୁ ରହିଛନ୍ତି । ଗଞ୍ଜାମରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଗଞ୍ଜାମରେ ୧୩୧ରେ ପହଞ୍ଚିଛି କରୋନା ମୃତ୍ୟୁ । ସେହିଭଳି ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି  । ଦୁଇଜଣଙ୍କ ମଧ୍ୟରରେ ଜଣେ ଭୁବନେଶ୍ୱରର ରହିଛନ୍ତି । ବାଲେଶ୍ୱର, ବରଗଡ଼, ନୟାଗଡ଼ରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ହୋଇଛି । କୋରାପୁଟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ସହ ରାଜ୍ୟରେ ମୋଟ କରୋନା ସଂଖ୍ୟା ୪୫ ହଜାର ୯୨୭ରେ ପହଞ୍ଚିଛି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୩୦ ହଜାର ୨୪୧ କରୋନା ରୋଗୀ । ୧୫ ହଜାର ୩୬୫ ଜଣ ଏବେ ରାଜ୍ୟରେ ସକ୍ରିୟ ରହିଥିବା ବେଳେ ୨୭୨ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply