ପୁଣି ୧୩ ଦାଦନ ଶ୍ରମିକ ଉଦ୍ଧାର, ରେଳଷ୍ଟେସନ୍‌ରୁ ଧରିଲା ପୋଲିସ

Bonded Labour

କଣ୍ଟାବାଞ୍ଜିରେ ଉଦ୍ଧାର ହେଲେ ୧୩ଜଣ ଦାଦନ ଶ୍ରମିକ । ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟରୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ୍ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୮ଜଣ ପୁରୁଷ ଓ ୫ ଜଣ ମହିଳା ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ଶିଶୁ ଅଛନ୍ତି । ସମସ୍ତ ଶ୍ରମିକ ନୂଆପଡା ଜିଲ୍ଲା ଖାସବାହଳ ଗାଁର ବୋଲି ପୋଲିସ୍ କହିଛି । ବିନା ରେଜିଷ୍ଟ୍ରେସନରେ ଶ୍ରମିକମାନେ ରାଜ୍ୟବାହାରକୁ ଯାଉଥିଲେ । ପୋଲିସ୍ ଶ୍ରମିକଙ୍କୁ ଉଦ୍ଧାର କରି ରାତିରେ ଘରକୁ ଛାଡିଦେଇଥିବା ଜଣାପଡିଛି ।

Bonded Labour

ସୂଚନାଯୋଗ୍ୟ, ବେଆଇନ୍‌ ଭାବେ ରାଜ୍ୟବାହାରକୁ ଶ୍ରମିକ ଚାଲାଣ ହେଉଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଅଚାନକ ଚଢ଼ାଉ‌ କରିଥିଲା ପୋଲିସ । ଚଢ଼ାଉ‌ ବେଳେ ସେମାନଙ୍କୁ କାଗଜପତ୍ର ମଗାଯାଇଥିଲା । ହେଲେ ସେମାନେ କୌଣସି ସଠିକ୍‌ କାଗଜପତ୍ର ଦେଖାଇପାରିନଥିଲେ । ଅନ୍ୟପଟେ ସେମାନେ କେଉଁଠିକି ଯାଉଛନ୍ତି କି କାମ କରିବେ ସେନେଇ ମଧ୍ୟ ସଠିକ୍‌ ତଥ୍ୟ ଦେଇପାରିନଥିଲେ । ତେଣୁ ପୋଲିସ ଜାଣିବାକୁ ପାଇଥିଲା ଯେ, ସେମାନଙ୍କୁ କୌଣସି ଦଲାଲ ରାଜ୍ୟବାହାରକୁ ବେଆଇନ୍‌ ଭାବେ ପଠାଉଛି ।

ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ସମସ୍ତଙ୍କ ନାମ ଓ ଠିକଣା ରଖିବା ପରେ ଘରକୁ ଯିବା ପାଇଁ ଅନୁମତି ଦେଇଥିଲା ।

Leave a Reply