ବିଗୁଡୁଛି ବୁର୍ଲା ଭିମସାର୍‌ର ସ୍ଥିତି: ୧୨ ଜଣ ଡାକ୍ତର କରୋନା ପଜିଟିଭ୍

1 min read

ବୁର୍ଲା: ବିଗୁଡୁଛି ବୁର୍ଲା ଭିମସାର୍‌ର ସ୍ଥିତି । ପୁଣି ୧୨ ଜଣ ଡାକ୍ତରଙ୍କ କରୋନା ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି  । ପୂର୍ବରୁ ଭିମ୍‌ସାର୍‌ର କ୍ୟାନସର ବିଭାଗ , ସ୍ତ୍ରୀ ଓ ପ୍ରସୂତି ବିଭାଗ, ରେଡିଓଗ୍ରାଫି ବିଭାଗ ଓ ମେଡ଼ିସିନ ବିଭାଗର ପ୍ରାୟ ୩୪ ଜଣ ଡାକ୍ତର , ୧୧ ଜଣ ଷ୍ଟାଫ୍‌ନର୍ସ ଓ ୮ ଜଣ ପାରାମେଡିକାଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

୭୦ରୁ ଅଧିକ ଡାକ୍ତର, ଷ୍ଟାଫ୍‌ନର୍ସ ଓ କର୍ମଚାରୀ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । କର୍ତ୍ତୃପକ୍ଷ ପୂର୍ବରୁ ଦୁଇ ପର୍ଯ୍ୟାୟରେ ଭିମ୍‌ସାର୍‌କୁ ସମ୍ପୂର୍ଣ ସଟ୍‌ଡାଉନ କରିଥିଲେ । ପୁଣି ବର୍ତ୍ତମାନ ସମସ୍ତ ଓପିଡିକୁ ବନ୍ଦ କରିଛନ୍ତି।  କେବଳ ରେଫରାଲ ରୋଗୀ ଓ ଅତ୍ୟନ୍ତ ଜରୁରୀ ରୋଗୀଙ୍କୁ ହିଁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଏହାବାଦ୍‌ ଭିମସାରରେ ସମସ୍ତ ବିଭାଗରେ ଟେଲି-ମେଡିସିନ ସେବା ଯୋଗାଇ ଦିଆଯାଉଛି  ।

ତେବେ ବୁଧବାରଠାରୁ ବୁର୍ଲା ଭିମସାର ଓପିଡି ବନ୍ଦ ହୋଇଛି । ମେଡିସିନ ଓ୍ୱାର୍ଡର ୧୦ ଜଣ ଡାକ୍ତର କରୋନା ସଂକ୍ରମିତ ହେବା ପରେ ଓପିଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଆଜି ଉକ୍ତ ଡାକ୍ତରମାନଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଶେଷ ହୋଇଛି  । ୭୦ ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରଖିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏମାନଙ୍କ ମଧ୍ୟରୁ ୩୮ ଜଣ କେବଳ ମେଡିସିନ ବିଭାଗର । ଏତେ ମାତ୍ରାରେ ଡାକ୍ତର କରୋନା ସଂକ୍ରମଣର ଶୀକାର ହେବା ପରେ ହସ୍ପିଟାଲକୁ ଚାଲୁ ରଖିବା ସମ୍ଭବ ନୁହେଁ  । ଏଣୁ ଏବେ କେବଳ ସୁପାରିଶ ଓ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି ।

 

Leave a Reply