ସ୍ୱାସ୍ଥ୍ୟସେବାକୁ ବୁଷ୍ଟର ଡୋଜ୍, ରାଜ୍ୟରେ ପ୍ରତିଷ୍ଠା ହେବ ୧୧ଟି ନୂଆ ମେଡିକାଲ କଲେଜ୍

ଭୁବନେଶ୍ୱର: ୫ ବର୍ଷରେ ୨ ଗୁଣା ହୋଇଛି ସ୍ୱାସ୍ଥ୍ୟ ବଜେଟ୍‌ । ୭ ହଜାର ୭ ଶହ କୋଟି ଟଙ୍କାରେ ସ୍ୱାସ୍ଥ୍ୟ ବଜେଟ୍‌ ପହଞ୍ଚିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧ ହଜାର ୧୦୮ କୋଟିର ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ଦିଆଯାଇଛି ୫୭୮ କୋଟି ଟଙ୍କା । ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହିତ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ।

ଚିକିତ୍ସାଳୟର ପରିମଳ ପାଇଁ ନିର୍ମଳ ଯୋଜନାରେ ୩୬୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୫୬୨ କୋଟି ଟଙ୍କା ରଖାଯାଇଛି । ରାଜ୍ୟରେ ୧୧ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

Leave a Reply