ରାଜ୍ୟ ପାଇଁ ଗୌରବ: ନାସା ଯିବେ ୧୦ ଓଡ଼ିଆ ଛାତ୍ରଛାତ୍ରୀ

1 min read

କଟକ: ରାଜ୍ୟ ପାଇଁ ଗୌରବ ଆଣିଲେ ୧୦ ଜଣ ଛାତ୍ରଛାତ୍ରୀ । ଓଡିଶାର ବଛାବଛା ୧୦ ଜଣ ଛାତ୍ରଛାତ୍ରୀ ଯିବେ ନ୍ୟାସନାଲ ଏରୋନେଟିକ୍ସ ସ୍ପେସ୍ ରିସର୍ଚ୍ଚ ଆଡମିନଷ୍ଟ୍ରେସନ୍ (ନାସା) । ନିଜ ହାତ ତିଆରି ରୋବର୍ଟକୁ ଉପସ୍ଥାପନା କରିବା ସହିତ ନାସାରେ ଦେଖାଇବେ କମାଲ । ସାରା ବିଶ୍ୱରେ ୮୭ଟି ଟିମ ଭାଗ ନେଉଥିବା ବେଳେ ପ୍ରଥମ କରି ଓଡିଶାରୁ ଏଭଳି ଏକ ଟିମ ନାସା ଯାଉଛନ୍ତି । ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଢେର ବଢିଛି । ସାଇକେଲ,  ବାଇକ୍, ଅଟୋ ଓ କାରର ବିଭିନ୍ନ ଯନ୍ତ୍ରପାତିକୁ ନେଇ ୧୯ ବର୍ଷ ରୁ କମ ଟିମର ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ରୋବର୍ଟ । ଏହି ଟିମର ଡାଇରେକ୍ଟର ଭୂମିକାରେ ରହିଛନ୍ତି କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନ ।

ଏଥିସହିତ ପଢ଼ନ୍ତୁ:  ଖୁବଶୀଘ୍ର ଖୋଲିବ ପ୍ରାଇମେରୀ ସ୍କୁଲ: ଏସ୍ଆରସି ମାର୍ଗଦର୍ଶିକା ଅନୁଯାୟୀ ପ୍ରସ୍ତୁତ ହେଉଛି SOP

Leave a Reply