ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ

2 min read

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ରାଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ପଟେ ଆଜି ରାଜ୍ୟରେ ୨୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୧୦ ଜଣଙ୍କ ଜୀବନ ନେଇଛି କରୋନା । ଯାହାକି ଚିନ୍ତାର ବିଷୟ ପାଲଟିଛି ।  ତେବେ ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୫ ଜଣ ରହିଥିବା ବେଳେ କଟକ, ନୟାଗଡ଼ ଏବଂ ରାୟଗଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

ସୋମବାର ଗଞ୍ଜାମରୁ ମୃତ୍ୟୁ ବରଣ କରିଥିବା ୫ଜଣ ସଂକ୍ରମିତ ହେଉଛନ୍ତି ୭୦ବର୍ଷିୟ ପୁରୁଷ, ୬୮ବର୍ଷିୟ ମହିଳା, ୬୦ବର୍ଷିୟ, ୬୩ ବର୍ଷିୟ ଏବଂ ୬୦ ବର୍ଷିୟ ପୁରୁଷ । ଏ ସମସ୍ତେ ପୂର୍ବରୁ କିଛି ନା କିଛି ରୋଗରେ ପିଡ଼ିତ ଥିଲେ । ଏହାସହ ସୁନ୍ଦରଗଡ଼ରୁ ମୃତ୍ୟୁ ବରଣ କରିଥିବା ଦୁଇ ଜଣ ସଂକ୍ରମିତ ହେଉଛନ୍ତି ୬୫ ବର୍ଷିୟ ପୁରୁଷ ଏବଂ ୬୭ ବର୍ଷିୟ ପୁରୁଷ । ସେହିଭଳି କଟକରୁ ସଂକ୍ରମିତ ହେଉଛନ୍ତି ଜଣେ ୬୫ ବର୍ଷିୟ ପୁରୁଷ । ସେ ପୂର୍ବରୁ ମଧୂମେହ ଓ ଉଚ୍ଚରକ୍ତଚାପରେ ପିଡିତ ଥିଲେ । ସେହିଭଳି ନୟାଗଡ଼ରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୬୫ବର୍ଷିୟ ପୁରୁଷ । ରାୟଗଡ଼ରୁ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୫୫ ବର୍ଷିୟ ପୁରୁଷ ।

ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ତୁହାକୁ ତୁହା ବଢ଼ିବାରେ ଲାଗିଛି । ପ୍ରତିଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । କିଛି ଦିନ ହେବ ୨ ହଜାର ଉପରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୨୯୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨୩ ରହିଛି ଲୋକାଲ କଣ୍ଟାକ୍ଟ ।

ନୂତନ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୮୧ ହଜାର ୪୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୪ ଜହାର ୪୦୫ ସୁସ୍ଥ ହୋଇଥିବା ବେଳେ ୨୬ ଶହ ୬୦୨ ଜଣ ଏବେ ସକ୍ରିୟ ରହିଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ୧୩ ଲକ୍ଷ ୬୩ ହଜାର ୬୨୦ କରୋନା ଟେଷ୍ଟ କରାଯାଇଛି ।

ରାଜ୍ୟରେ ୮୧ ହଜାର ପାର କରୋନା ସଂକ୍ରମିତଙ୍କ ସଂଖ୍ୟା, ଖାେର୍ଦ୍ଧାକୁ ଟପିଲା କଟକ

Leave a Reply