ବନ୍ଧୁକ ଦେଖାଇ ନେଇଗଲେ ୧୦ଲକ୍ଷ

ଝାରସୁଗୁଡ଼ା : ବନ୍ଧୁକ ଦେଖାଇ ନେଇଗଲେ ୧୦ଲକ୍ଷ ଟଙ୍କା । ଏହା କୌଣସି ବ୍ୟାଙ୍କ କି ରାସ୍ତାଘାଟରେ ନୁହେଁ ବରଂ ଏକ ଦୋକାନ ଭିତରେ ପସି ବନ୍ଧୁକ ମୁନରେ ଲୁଟିନେଇଛନ୍ତି ୧୦ଲକ୍ଷ ୪୦ହଜାର ଟଙ୍କା ।

ଘଟଣାଟି ହେଉଛି ଝାରସୁଗୁଡ଼ା ଜିଲ୍ଲାର ଶଙ୍କର କେଡ଼ିଆ ଗ୍ରୋସରି ଗୋଦାମରେ । ଆଜି ଦିନ ପ୍ରାୟ ୧ଟା ୩୦ ମିନିଟରେ ହୋଇଛି ସଶସ୍ତ୍ର ଲୂଟ । ହଠାତ୍ ଦୁଇଜଣ ଦୁର୍ବୃତ୍ତ  ମୋଟର ସାଇକେଲରେ ଆସି ଗୋଦାମ ଭିତରକୁ ପଡ଼ିଆସିଥିଲେ ଏବଂ ବନ୍ଧୁକ ଦେଖାଇ କ୍ୟାସ୍ କାଉଣ୍ଟରରୁ ପାଖାପାଖି ୧୦ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଥିଲେ । ଲୁଟ୍ ପରେ ସେଠାରୁ ଚମ୍ପଟ ମାରିଥିଲେ ଲୁଟେରା ।

 

ଗୋଦାମ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଘଟଣା ସ୍ଥଳରେ ଝାରସୁଗୁଡା ପୋଲିସ ଏବଂ ଝାରସୁଗୁଡା ଆରକ୍ଷୀ ଅଧିକ୍ଷକ ଅଶ୍ୱିନୀ କୁମାର ମହାନ୍ତି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ଲୁଟରେ କେଉଁମାନେ ସଂପୃକ୍ତ ସେ ନେଇ ତଦନ୍ତ କରୁଛି ପୋଲିସ ।

Leave a Reply