ମହିଳାଙ୍କ ପାଦରେ ଗୁଡ଼େଇ ହେଲା ୧୦ ଫୁଟର ଅଜଗର, ଆଉ ତା’ ପରେ…

ସରୀସୃପ ପ୍ରଜାତିର ଜୀବଜନ୍ତୁଙ୍କୁ ଦେଖିବା ମାତ୍ରେ ହଠାତ୍‌ ମନ ଭିତରେ ଏକ ଭୟ ସୃଷ୍ଟି ହୁଏ । ସମସ୍ତେ ଚାହାଁନ୍ତି ଏମାନଙ୍କ ସହିତ କେବେ ମଧ୍ୟ ସାମ୍ନାସାମ୍ନି ହେବାଭଳି ପରିସ୍ଥିତି ନ ଆସୁ । କିନ୍ତୁ ନିକଟରେ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ସାହସୀ ମହିଳାଙ୍କୁ ଦେଖିବାକୁ ମିଳିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମହିଳାଙ୍କ ପାଦରେ ଏକ ବିରାଟ ସାପ ଗୁଡ଼େଇ ହୋଇ ଯାଇଥିଲେ ମଧ୍ୟ ସେ ତାକୁ ନ ଡରି ହସିହସି ସାମ୍ନା କରିଛନ୍ତି ।

ଅଷ୍ଟ୍ରେଲିୟାର କ୍ୱିନ୍ସଲ୍ୟାଣ୍ଡରେ ଜଣେ ମହିଳାଙ୍କ ପାଦରେ ଗୁଡ଼େଇ ହୋଇ ଯାଇଥିବା ଏକ ଅଜଗରର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓ ଦେଖିବା ପରେ ହୁଏତ ଆପଣ ଡରିଯିବେ, କିନ୍ତୁ ମହିଳା ଜଣକ ପରିସ୍ଥିତି ସ୍ୱାଭାବିକ ଥିବାଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ମହିଳା ଜଣକ ତାଙ୍କ ପୋଷା ବିରାଡ଼ିକୁ ଉକ୍ତ ଅଜଗରଠାରୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ । ଏହି ମଧ୍ୟରେ ଅଜଗର ବିରାଡ଼ି ଉପରୁ ନଜର ହଟାଇ ମହିଳାଙ୍କୁ ଟାର୍ଗେଟ କଲା । ସେ ହଠାତ୍‌ ମହିଳାଙ୍କ ପାଦରେ ଗୁଡ଼େଇ ହୋଇଗଲା । ଅଜଗର ଏତେ ଜୋରରେ ମହିଳାଙ୍କ ପାଦରେ ଗୁଡ଼େଇ ହୋଇ ରହିଥିଲାଯେ, ମହିଳା ବାଧ୍ୟ ହୋଇ ପୋଲିସକୁ ଡାକିଲେ । ଯାହାପରେ ସେମାନେ ମହିଳାଙ୍କୁ ଅଜଗରଠାରୁ ରକ୍ଷା କଲେ ।

ଏହି ଭିଡ଼ିଓକୁ କ୍ୱିନ୍ସଲ୍ୟାଣ୍ଡ ପୋଲିସ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଯାହା ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ମହିଳାଙ୍କ ସାହସିକତା ।

Leave a Reply