ଭ୍ୟାନ୍‌ ଧକ୍କାରେ ନାବାଳକର ମୃତ୍ୟୁ, ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ

ସମ୍ବଲପୁର: ସମ୍ବଲପୁରରେ ଉତ୍ତେଜନା । ଭ୍ୟାନ୍‌ ଧକ୍କାରେ ବାଳକର ମୃତ୍ୟୁ ନେଇ ଟାଉନ ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ । ସମ୍ବଲପୁର ଭିଏସ୍‌ଏସ୍‌ ମାର୍ଗରେ ଘଟିଥିଲା ଦୁର୍ଘଟଣା । ଭ୍ୟାନ୍‌ ଧକ୍କାରେ ବାଳକର ମୃତ୍ୟୁ ନେଇ ଉତ୍ତଜେନା ଲାଗିରହିଥିବା ବେଳେ ଘଟଣାସ୍ଥଳରେ ୨ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁର୍ଘଟଣା ଘଟାଇଥିବା ଭ୍ୟାନ ଜବତ ହୋଇଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

ଘଟଣାସ୍ଥଳରେ ଏବେବି ଉତ୍ତେଜନା ଜାରି ରହିଛି । ପ୍ରାୟ ୩ ଘଣ୍ଟା ଧରି ଟାଉନ ଥାନା ଘେରାଉ ପରେ ପରିବାର ସଦସ୍ୟ ଓ ପୋଲିସ  ମଧ୍ୟରେ ଆଲୋଚନା ହୋଇଥିଲା । ପୋଲିସ ଚାଳକଙ୍କୁ ଗିରଫ କରିବାର ପ୍ରତିଶୃତି ଦେବା ସହ ଶବ ସତ୍କାର ପାଇଁ ୧୫ ହଜାର ଟଙ୍କା ଦେଇଥିଲେ । ପରେ ଉତ୍ତ୍ୟକ୍ତ ଲୋକ ବୁଝାସୁଝା ପରେ ଟାଉନ ଥାନା ଛାଡିଥିଲେ । ଏହି ଘଟଣା ରେ ପୋଲିସ ଦୁର୍ଘଟଣା ଘଟାଇଥିବା ଜିପ କୁ ଜବତ କରିବା ସହ  ଡ୍ରାଇଭର କୁ ଗିରଫ କରିଛି । ଘଟଣା ର ତଦନ୍ତ ଜାରି ରହିଥିବା ସଦର ଏସଡିପିଓ କହିଛନ୍ତି ।

Leave a Reply