ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬ଟି ଜରୁରୀ କଥା…

1 min read
Modi

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପୁଣି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ । ସେ କହିଛନ୍ତି, କରୋନା ଟିକାର ମୂଲ୍ୟ ଏବଂ ପରିମାଣ ଏବେ ସୁଦ୍ଧା ଧାର୍ଯ୍ୟ ହୋଇନାହିଁ । ଏହା ଉପରେ କାର୍ଯ୍ୟ ଚାଲିଛି ଏବଂ ଏହା ଏକ ବିଦ୍ଧି ବ୍ୟବସ୍ଥା ଅଧିନରେ ରହିବ । କରୋନା ଟିକା ଯେଭଳି ସମାଜର ଶେଷ ପାହଚରେ ଥିବା ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚିବ ସେଇଭଳି ବ୍ୟବସ୍ଥା କରିବା ନେଇ ଗୁରୁତ୍ୱ ଦିଆଯାଇଛି । କରୋନା ବିରୋଧ ଲଢ଼େଇରେ ସାମାନ୍ୟତମ ଅବହେଳା କରିବା ଉଚିତ୍ ନୁହେଁ । ଆମେ କାଠିକର ପରିସ୍ଥିତିରୁ ମୁକୁଳିବାକୁ ଯାଉଛେ । ଯଦି ଏହି ସମୟରେ ଅବହେଳା କରାଯିବ ତେବେ ପୁଣି ଥରେ ସ୍ଥିତି ସଙ୍ଗୀନ ହେବାର ସମ୍ଭାବନା ରହିଛି । ତେଣୁ ଯଥାସମ୍ଭବ ସମସ୍ତଙ୍କୁ ସତର୍କ ରହିବାକୁ ହେବ । କରୋନାକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହା ନବମ ବୈଠକ । ସବୁୁଠୁ ବଡ଼ କଥା ହେଲା ଟିକା ଆସିବା ପରେ ପ୍ରଥମେ ଏକ କୋଟି କୋଭିଡ୍‌ ଯୋଦ୍ଧାଙ୍କୁ ଦିଆଯିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୬ଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି:-

୧.ଭାରତ ସ୍ଥିର ସ୍ଥିତିରେ ଅଛି: ଭ୍ୟାକ୍ସିନ୍‌ ଆବଣ୍ଟନକୁ ନେଇ ଯେଉଁଭଳି ଚର୍ଚ୍ଚା ହେଉଛି ସେଥିପ୍ରତି ଧ୍ୟାନ ଦେବାକୁ ହେବ । ଏକ ବ୍ୟବସ୍ଥିତ ଢ଼ଙ୍ଗରେ ଆଗକୁ ବଢ଼ିବାକୁ ହେବ । ଏକ ସମୟ ଥିଲା ଯେତେବେଳେ ଅଜ୍ଞାତ ଶକ୍ତି ସହିତ ଲଢ଼ିବା ଏକ ଚ୍ୟାଲେଞ୍ଜ ଥିଲା । ଦେଶର ମିଳିତ ପ୍ରୟାସ ଦ୍ୱାରା ଏହାକୁ ସାମ୍ନା କରାଗଲା । କ୍ଷତି ସର୍ବନିମ୍ନ ସ୍ତରରେ ରଖିବାକୁ ଚେଷ୍ଟା କରାଗଲା । ଆରୋଗ୍ୟ ଓ ମୃତ୍ୟୁ ହାରରେ ଭାରତର ସ୍ଥତି ଭଲ ରହିଛି । ଏଥିପାଇଁ ଟେଷ୍ଟିଂ ଏବଂ ଚିକିତ୍ସାର ଏକ ବଡ଼ ନେଟୱାର୍କ କାମ କରୁଛି ।

୨. ବିଭିନ୍ନ ପର୍ଯ୍ୟାୟରେ ଲୋକଙ୍କ ଆଚରଣ ଭିନ୍ନ ଥିଲା:-

କରୋନା ସମୟରେ, ବିଭିନ୍ନ ପର୍ଯ୍ୟାୟରେ ଭାରତୀୟଙ୍କ ଲୋକଙ୍କ ଆଚରଣ ମଧ୍ୟ ଭିନ୍ନ ଥିଲା । ପ୍ରଥମ ପର୍ଯ୍ୟାୟରେ ଭୟ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଭୟ ସହିତ ସନ୍ଦେହ ଜଡିତ ଥିଲା । ଏହାସହ ସଂକ୍ରମଣ ହେତୁ ସମାଜରୁ ଅଲଗା ହେବାର ଭୟ ଥିଲା ତେଣୁ ଲୋକ ନିଜ ରୋଗ ଲୁଚାଇବାକୁ ଲାଗିଲେ । ସେହି ସମସ୍ୟାରୁ ମଧ୍ୟ ଭାରତ ବାହାରି ଆସିଛି । ସେହିଭଳି ତୃତୀୟ ପର୍ଯ୍ୟାୟରେ, ଲୋକମାନେ ସଚେତନ ହେଲେ ପ୍ରକୃତ ଘଟଣା ବୁଝିଲେ । ରୋଗକୁ ଲୁଚାଇଲେ ନାହିଁ । ତୁରନ୍ତ ଏହାର ପ୍ରତିକାର କରିବାକୁ ଚେଷ୍ଟା କଲେ । ଲୋକଙ୍କ ମଧ୍ୟରେ ସଚେତନତା ବାଣ୍ଟିଲେ । ଚତୁର୍ଥ ପର୍ଯ୍ୟାୟରେ ଯେତେବେଳେ ସୁସ୍ଥତା ହାର ବଢ଼ିଲା କିମ୍ବା ସଚେତନତା ଦୃଷ୍ଟିରୁ ସଂକ୍ରମଣ କମିଲା ସେତେବେଳେ ଲୋକ ଭାବିବାକୁ ଆରମ୍ଭ କଲେ ଯେ, କରୋନା ଆଉ କୌଣସି କ୍ଷତି କରିପାରୁ ନାହିଁ । କରୋନା ଦୁର୍ବଳ ହୋଇସାରିଲାଣି । ତେବେ ଏଭଳି ଭାବିବା ଅନୁଚିତ୍‌ । ଏଭଳି ମନୋଭାବ ଯୋଗୁଁ ଏବେ ସ୍ଥିତି ପୁଣି ବିଗିଡ଼ିବାରେ ଲାଗିଛି । ପର୍ବପର୍ବାଣୀ ଆସିବ ପୂର୍ବରୁ ଲୋକଙ୍କୁ ନିବେଦନ କରାଯାଇଥିଲା, ଟିକା ନଆସିବା ପର୍ଯ୍ୟନ୍ତ ସତର୍କ ରୁହନ୍ତୁ । କରୋନା ସଂକ୍ରମଣ ରୋକିବା ଦିଗରେ ହିଁ ଅଧିକ ଗରୁତ୍ୱ ଦେବାକୁ କୁହାଯାଇଛି ।

୩.ପଜିଟିଭିଟି ହାରକୁ ୫% ଭିତରେ ରଖିବାକୁ ହେବ:-

ବର୍ତ୍ତମାନ ଆମ ପାଖରେ ଭଲ ଟିମ୍‌ ଅଛି । ଯାହା କିଛି ପ୍ରସ୍ତୁତ କରାଯିବ ତାକୁ କାର୍ଯ୍ୟକାରୀ କରାଯିବ । କରୋନା ସଂକ୍ରମଣ ବଢ଼ିବାକୁ ଦିଆଯିବ ନାହିଁ । ବିପଦର ଗଭୀର ସମୁଦ୍ରରୁ ବାହାରି ଏବେ ଭାରତ କୂଳ ଆଡକୁ ଯାଉଛୁ । ତେବେ ଏମିତି କୌଣସି ଭୁଲ ନହେଉ ଯାହା ଦ୍ୱାରା କୂଳରେ ପହଞ୍ଚିବା ପୂର୍ବରୁ ଡଙ୍ଗା ବୁଡ଼ିଯିବ । ଏଭଳି ସ୍ଥିତି ଯେମିତି ନଆସେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ ।

୪. ଡୋଜ୍‌ ଏବଂ ମୂଲ୍ୟକୁ ନେଇ ବର୍ତ୍ତମାନ ସୁଦ୍ଧା ଉତ୍ତର ନୁହେଁ:-

ଟିକା ଅନୁସନ୍ଧାନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ସରକାର ପ୍ରତ୍ୟେକ ଦିଗ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ଟିକା ଗୋଟିଏ ଡୋଜ୍‌ କିମ୍ବା ଦୁଇଟି ଡୋଜ୍‌ ଆବଶ୍ୟକ ସେନେଇ କୌଣସି ଡାକ୍ତରୀ ନିଷ୍ପତି ଆସିନାହିଁ । ଏହାସହ ଟୀକାର ମୂଲ୍ୟ ମଧ୍ୟ ସ୍ଥିର ହୋଇନାହିଁ । ଯେଉଁମାନେ ଟିକା ପ୍ରସ୍ତୁତ କରୁଛନ୍ତି ସେମାନେ କର୍ପୋରେଟ୍ ଦୁନିଆରେ ମଧ୍ୟ ପ୍ରତିଯୋଗିତା କରୁଛନ୍ତି । ଭାରତ ବିଭିନ୍ନ ଟିକା ପ୍ରସ୍ତୁତକାରୀ କମ୍ପାନୀ ସହ କାମ କରୁଛି ।

୫.ସମସ୍ତଙ୍କ ପାଖରେ ଟିକା ପହଞ୍ଚିବା ପ୍ରାଥମିକତା:-

ଟିକା ଯେଭଳି ସମାଜର ଶେଷ ପାହାଚରେ ଥିବା ଲୋକ ପାଖରେ ପହଞ୍ଚିବ ସେଥିପ୍ରତି ସରକାର ଧ୍ୟାନ ଦେଉଛନ୍ତି । ଏହି ଅଭିଯାନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ । ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ । ସମସ୍ତେ ଏକାଠି ହୋଇ ଲଢ଼ିବାକୁ ପଡ଼ିବ । ଟିକାକୁ ନେଇ ଭାରତ ଯେଉଁଭଳି ଅଭିଜ୍ଞତା ରହିଛି ତାହା ବଡ଼ ବଡ଼ ଦେଶମାନଙ୍କ ପାଖରେ ନାହିଁ । ଭାରତ ଯେଉଁ ଭ୍ୟାକ୍ସିନ ଦେବ ତାହା ବୈଜ୍ଞାନିକଙ୍କ ଦ୍ୱାରା ଆଦୃତ ହୋଇଥିବା । ସବୁ ରାଜ୍ୟମାନଙ୍କ ସହ ମିଶି ଭ୍ୟାକ୍ସିନ୍‌ ଆବଣ୍ଟନ କରାଯିବ ।

୬.ଆବଣ୍ଟନରେ ରାଜ୍ୟଗୁଡିକର ଅଭିଜ୍ଞତା କାମରେ ଆସିବ:-

ଆମେ ସମସ୍ତେ ଜାଣୁ ଯେ ଆମେ ବୈଜ୍ଞାନିକ ନୁହଁନ୍ତି । ବ୍ୟବସ୍ଥିତ ଢ଼ାଞ୍ଚାରେ ଯାହା ଆସିବ ଆମେ ତାକୁ ସ୍ୱୀକାର କରିବାକୁ ହେବ । ଏହାସହ ରାଜ୍ୟମାନଙ୍କ ଅଭିଜ୍ଞତା ଓ ଯୋଜନା ଦ୍ୱାରା ଟିକା ଆବଣ୍ଟନ ସହଜ ହୋଇପାରେ ବୋଲି ଆଶଙ୍କା କରାଯାଇଛି । କରୋନା ବିରେେଧୀ ଲଢ଼େଇରେ ସାମନ୍ୟତମ ଅବହେଳା ବରଦାସ୍ତ କରାଯିବ ନାହିଁ ।

Leave a Reply