ଲିଙ୍ଗରାଜଙ୍କ ଜାଗର ଯାତ୍ରା ବୈଠକ, ଦୁଇ ନିଯୋଗଙ୍କୁ ବୁଝେଇବାକୁ ପ୍ରଶାସନର ପ୍ରୟାସ

ଭୁବନେଶ୍ବର: ଶିବରାତ୍ର ପାଇଁ ମନ୍ଦିର ପ୍ରଶାସନର ବୈଠକ । ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗଙ୍କୁ ବୁଝେଇବା ପାଇଁ ଚାଲିଛି ପ୍ରୟାସ । ବଡୁ ନିଯୋଗର ବକେୟା ଶ୍ରାବଣୀ ପ୍ରାପ୍ୟ ଓ ପରମ୍ପରା ରକ୍ଷା ଦାବି କରୁଛି ବ୍ରାହ୍ମଣ ନିଯୋଗ । ଦାବି ପୂରଣ ନହେଲେ ବୁଧବାର ନୀତିକାନ୍ତି ବନ୍ଦ ନେଇ ଉଭୟ ନିଯୋଗ ଚେତାବନୀ ଦେଇଛନ୍ତି ।

ଦେବୋତ୍ତର କମିଶନରଙ୍କ ସହ ମନ୍ଦିର ପ୍ରଶାସନ ଓ ବିଏମସିର ଅଧିକାରୀସ୍ତରୀୟ ଟିମ୍‌ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବେ । ତେବେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବା ସହ ସୁରୁଖୁରୁରେ ମହାଶିବରାତ୍ରି ପାଳନ ହେବ ବୋଲି ଆଶା ରଖିଛନ୍ତି ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ ।

11ତାରିଖରେ ଶିବରାତ୍ରି ହେବାକୁ ଥିବା ବେଳେ ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଶିବରାତ୍ରୀ ସମୟରେ ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା ରହିଛି । ତେବେ ଏଥିରେ ବାରମ୍ବାର ବ୍ୟତିକ୍ରମ ଘଟୁଛି । ଚଳିତ ଥର ସମସ୍ୟାର ସମାଧାନ ନହେଲେ ବ୍ରାହ୍ମଣ ନିଯୋଗ ଅସହଯୋଗ କରିବାକୁ ଚେତାବନୀ ଦେଇଛି ।

Leave a Reply