ଆହୁରି ଡରାଇବ ପେଟ୍ରୋଲ, ଜାଣନ୍ତୁ କାରଣ କ’ଣ ?

ନୂଆଦିଲ୍ଲୀ: ଯଦି ପେଟ୍ରୋଲ ଦରକୁ ନେଇ ଏବେ ଚିନ୍ତାରେ ଅଛନ୍ତି, ତେବେ ଜାଣି ନିଅନ୍ତୁ ପଟ୍ରୋଲ ଦର ଏବେ ନିକଟରେ କମିବାର ନାହିଁ । ବଂର ପେଟ୍ରୋଲ ଦର ଆପଣଙ୍କୁ ଆଗକୁ ଆହୁରି ଅଧିକ ଡରାଇବ । ଯଦି ପେଟ୍ରୋଲ ଲିଟର ପ୍ରତି ଆଉ କେଇଦିନ ମଧ୍ୟରେ ୧୦୦ ଟଙ୍କା ଟପିଯିବ ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ । କାରଣ ସାଉଦି ଆରବ ମାଲିକାନାରେ ଥିବା ଆରମକୋ ତୈଳ କମ୍ପାନୀ ଉପରେ ମିଶାଇଲ ହମଲା ହୋଇଛି ।

ମଧ୍ୟପ୍ରାଚ୍ୟରେ ବର୍ଚ୍ଚସ୍ୱ ବଢାଇବା ପାଇଁ ଇରାନ ଓ ସାଉଦି ଆରବ ମଧ୍ୟରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା ଆପଣଙ୍କ ପକେଟ୍ ଉପରେ ଭାରି ପଡିପାରେ । ଭାରତ ସରକାରଙ୍କ ଉପରେ ଏକ୍ସସାଇଜ୍ ଡ୍ୟୁଟି କମ କରିବାକୁ ଚାପ ଅଛି କିନ୍ତୁ ସତ ହେଉଛି ଆଗକୁ ପେଟ୍ରୋଲ ଓ ଡିଜେଲ ଦର ଆହୁରି ଅଧିକ ବଢିବ । ଆରମକୋ ଉପରେ ମିଶାଇଲ ଆକ୍ରମଣ ପରେ ସୋମବାର ଦିନ ବ୍ରେଣ୍ଟ୍ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାରେଲ ପିଛା ୨ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ବ୍ଲାକ୍ ଗୋଲ୍ଡ ବ୍ୟାରେଲ ପ୍ରତି ୨.୧୧ ପ୍ରତିଶତ ବୃଦ୍ଧି ଘଟି ୭୦. ୮୦ ଡଲାର ହୋଇଛି । ଯାହାକି ମେ ୨୦୧୯ ପରଠାରୁ ସର୍ବାଧିକ ।

ସୋମବାର ବ୍ରେଣ୍ଟ୍ କ୍ରୁଡ୍ ଅଏଲ ବ୍ୟାରେଲ ପ୍ରତି ୭୦ ଡଲାରରୁ ଅଧିକ ଥିଲା । ଗତ ୨୦ ମାସ ମଧ୍ୟରେ ତୈଳ ଦରରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ଗତ ଗୁରୁବାର ଦିନ ଓପେକ୍ ପ୍ଲସ ବୈଠକରେ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି ନେଇ କୌଣସି ପ୍ରସ୍ତାବ ଗୃହିତ ହୋଇ ପାରିନଥିଲା । ଏହା ପରେ ୪ ଦିନ ଭିତରେ ଅଶୋଧିତ ତୈଳ ମୂଲ୍ୟରେ ୬ ଡଲାର ବୃଦ୍ଧି ହୋଇଛି । ବିଶେଷଜ୍ଞଙ୍କ ଅନୁସାରେ ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିବ ।

ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି ଉପରେ ଲାଗିଥିବା ରୋକକୁ ହଟାଇବା ପାଇଁ ଭାରତ ଓପେକକୁ ଅନୁରୋଧ କରିଥିଲା । କିନ୍ତୁ ଭାରତର ଅନୁରୋଧକୁ ଓପେକ ଗ୍ରହଣ କରିନାହିଁ । ଫଳରେ ଅଶୋଧିତ ତୈଳ ମୂଲ୍ୟ ଗତ ୨୦ ମାସର ସର୍ବାଧିକ ସ୍ତରରେ ଅଛି । ଏମିତିରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅଧିକ ବଢିବାର ଆଶଙ୍କା ରହିଛି । ଫଳରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କାରୁ ଅଧିକ ହେବା ଆଶଙ୍କା ରହିଛି । କାରଣ ଦେଶର ଅନେକ ଭାଗରେ ପେଟ୍ରୋଲ ମୂଲ୍ୟ ଏବେ ଲିଟର ପ୍ରତି ୧୦୦ ଟଙ୍କା ରହିଛି କିମ୍ବା ୧୦୦ ପାଖାପାଖି ଅଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ତୈଳ ଉତ୍ପାଦକ ରାଷ୍ଟ୍ରଙ୍କ ପାଇଁ କ୍ଷତିର ବର୍ଷ ଥିଲା । କରୋନା କାରଣରୁ ଲାଗୁ ଲକଡାଉନ ଯୋଗୁ ତୈଳ ବ୍ୟବହାର କମିଥିଲା । ଫଳରେ ଓପେକ୍ ସଦସ୍ୟଙ୍କୁ ତୈଳ ଉତ୍ପାଦନ ହ୍ରାସ କରିବାକୁ ପଡିଥିଲା । ଗତ କିଛି ମାସ ମଧ୍ୟରେ ଏହି ଦେଶମାନେ ଲାଭ କମାଇଛନ୍ତି । କାରଣ ଗତ କେଇ ଦିନ ମଧ୍ୟରେ ଅଶୋଧିତ ପେଟ୍ରୋଲ ଦର ବ୍ୟାରେଲ ପିଛା ୬୦ ଡଲାର ହୋଇଛି ।

Leave a Reply